pakka

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବାଣିଜ୍ୟ ବିଭାଗ ସଂକ୍ରାନ୍ତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ. ମହେଶ୍ୱର ସେଠୀ ମହୋଦୟ ଯୋଗ ଦେଇଥିଲେ । ଏହି ପାଠ୍ୟଚକ୍ରରେ ଆର୍ଥିକ ରିପୋର୍ଟ ପାଇଁ ଗ୍ଲୋବାଲ୍ ଫ୍ରେମୱାର୍କ ବିଷୟରେ ବିସ୍ତାର ରୂପେ ଆଲୋଚନା କରାଗଲା । ଏହି ସଭାରେ ପ୍ରଶାନ୍ତ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡ. ପିଙ୍କି ରାଣୀ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇକ୍ୟୁଏସି କୋର୍ଡିନେଟର୍ ଡ଼. ଲକ୍ଷ୍ମୀନାରାୟଣ ସାହୁ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତୀ ହୋଇ ଅଧ୍ୟୟନ କରି ଶିକ୍ଷାଗତ ଯୋଗ୍ୟତା ହାସଲ କରି ନିଜର ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ସୌମ୍ୟଶ୍ରୀ ବେହେରା ସଭା କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିବା ସାଂଗକୁ ଶେଷରେ ଧନ୍ୟବାଦ୍ ଜଣାଇଥିଲେ । ଏହା ବ୍ୟତୀତ ସତିଶ ନାୟକ ସଂଯୋଜନା ଓ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

ten + 18 =

error: Content is protected !!