mahavir

ଅକ୍ଷୟ ତୃତୀୟାରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସୁବର୍ଣ୍ଣପୁର ରଥଖଳା ଠାରେ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଯାଇଛି । ସୋନପୁର ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥଙ୍କ ତତ୍ତ୍ଵାବଧାନରେ ରଥଖଳା ଠାରେ ରଥକାଠକୁ ରୀତିନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା । ଦେବୋତ୍ତର ମ୍ୟାନେଜର ଆଲୋକ ମିଶ୍ର ଦେବୋତ୍ତର କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ, ଲଡୁ କିଶୋର ମଲ୍ଲିକ ଓ ସମସ୍ତ ସଦସ୍ୟଙ୍କ ସମେତ ରଥ କାରିଗରମାନେ ଉପସ୍ଥିତ ଥିଲେ । ସହରର ବଡ଼ ଜଗନ୍ନାଥଙ୍କ ପୂଜକ ରାମଗୋପାଳ ପୂଝାରୀ, ପୂଜକ ଶ୍ରୀ ପାଢ଼ୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରଦୀପ ପୁରୋହିତ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଦୟାନିଧି ସେଠି, ପଦ୍ମଲୋଚନ ମିଶ୍ର, ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘବର୍ଷରୁ ନିର୍ମାଣ ହୋଇଥିବା ତିନି ଠାକୁରଙ୍କ ପୁରୁଣା ରଥ ସବୁକୁ ଟାଣିବା ବେଳେ ନାନା ଘଟଣା ଘଟି ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ଆସୁଥିଲା ଓ ଦୀର୍ଘ ବର୍ଷରୁ ଲୋକଙ୍କ ମଧ୍ୟରେ ଖୁବ୍ ଅସନ୍ତୋଷ ଦେଖାଦେଇଥିଲା ବେଳେ ଚଳିତ ବର୍ଷର ନୂଆ ରଥ ନିର୍ମାଣ ପାଇଁ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦେବୋତ୍ତର ଅଧିକାରୀ ଡ. ସୌମ୍ୟାରୂପା ରଥଙ୍କ ତତ୍ୱାବଧାନରେ ନୂଆ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବିଷୟ ଓ ଠିକ ସମୟରେ ରଥକାଠ ଅନୁକୂଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗକୁ ଜଗନ୍ନାଥ ମନ୍ଦିର ପୂଜକ ତଥା ସହରର ଭକ୍ତ ଶ୍ରଦ୍ଧାଳୁ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଇଛି । ଜଗନ୍ନାଥ ମନ୍ଦିର ପୂଜକ କହିଛନ୍ତି ଯେ ମୁଁ ଜାଣିବାରେ ଆଜି ପର୍ଯ୍ୟନ୍ତ କୌଣସି ବର୍ଷ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅକ୍ଷୟ ତୃତୀୟା ଦିନ ସୁବର୍ଣ୍ଣପୁରରେ ରଥକାଠ ଅନୁକୂଳ ହୋଇନଥିଲା । ଯାହାବି ହେଉ ଏଥର ଦେବୋତ୍ତର ଅଧିକାରୀ ଭଲ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ପୂଜକ ଶ୍ରୀ ରାମ ଗୋପାଳ ପୂଜାରୀ ।

Leave A Reply

Your email address will not be published.