ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ଅନୁଭବ । ତେବେ ଦଳ ତାଙ୍କୁ ଟିକେଟ୍ ନ ଦେଇ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି । ଯାହାଫଳରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ । ଟିକେଟ ନଦେଇ ଦଳ ପୁଣି ଥରେ ଅନ୍ୟାୟ କରିଛି ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ । ସେ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ, ‘ମୋ ସହିତ ପୁଣି ଥରେ ଅନ୍ୟାୟ କରାଯାଇଛି ଏବଂ ମତେ ଖଣ୍ଡପଡ଼ାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବାରୁ ବଞ୍ଚିତ କରାଯାଇଛି । ବିଜେଡି ଶୀର୍ଷ ନେତୃତ୍ୱ ସଦାସର୍ବଦା ମତେ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନା କରିଆସିଛନ୍ତି । ତେବେ ଏହି ନିଷ୍ପତ୍ତି ଆଗକୁ ଦଳକୁ ସୁଦୃଢ଼ କରିବା ପରିବର୍ତ୍ତେ ଦଳକୁ ଖଣ୍ଡପଡ଼ାରେ ଦୁର୍ବଳ କରିବ’ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

seven − 3 =

error: Content is protected !!