oom

କୁତ୍ରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୁତ୍ରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଛେତଗାଁ ଗ୍ରାମ ପାଞ୍ଚାୟତର ସରପଞ୍ଚ ଶ୍ରୀମତୀ ବନିତା ମହାନନ୍ଦ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ବେଦମତୀ ସରଜାଲ, ସି.ଆର୍‌.ସି .ସି ନିରଞ୍ଜନ ହରିଜନ, ବିଦ୍ୟାଳୟର ପୁରାତନ ଛାତ୍ର ମହାଦେବ ବେହେରା, ଗ୍ରାମ କମିଟି ସଭାପତି ତଥା ଗଉଁତିଆ ବାବୁଲାଲ ସାରଜାଲ, ଗ୍ରାମର ୱାର୍ଡ ମେମ୍ବର ରାଜୁ ମହାନନ୍ଦ, ଶ୍ରୀମତୀ ଅଞ୍ଜୁ ଦୋରା, ଶ୍ରୀମତୀ ରୁଦାନା ସାରଜାଲ ଉପସ୍ଥିତ ରହି ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀମତୀ ରଶ୍ମିତା ମଗର ସଭାପତିତ୍ୱ କରିଥିଲେ । ମଞ୍ଚ ପରିଚାଳନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଲା ନନ୍ଦ କଲେତ କରିଥିଲେ । ଏହା ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ କ୍ରୀଡ଼ାରେ ଭାଗ ନେଇଥିଲେ । ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବରେ ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା, ସମ୍ମାନିତ ଅତିଥିଭାବରେ ଭାଇସ ଚେୟାରମ୍ୟାନ ସଂଜୀବ ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସିଆରସିସି ନିରଞ୍ଜନ ହରିଜନ, ହୃଦାନନ୍ଦ ବାରିକ, ଦୟାନିଧି କୈବର୍ତ୍ତ, ସରପଞ୍ଚ ଶ୍ରୀମତୀ ବନିତା ମହାନନ୍ଦ, ସମିତି ସଭ୍ୟା ଶ୍ରୀମତୀ ବେଦମତୀ ସରଜାଲ, ମହାଦେବ ବେହେରା ମଞ୍ଚାସୀନ ଥିଲେ । ଏହି ଉତ୍ସବରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ । ଏହି କାର୍ଯ୍ୟକ୍ରମକୁ ଡୋଳାମଣୀ ମାହାର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଗୋକୁଲା ନନ୍ଦ କଲେତ ବାର୍ଷିକ ବିବରଣୀ ପାଠ କରିଥିଲେ । କୁତ୍ରାମାଲ ଗ୍ରାମବାସୀ ସମେତ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗିରିଧାରୀ ସରଜାଲ, ମହେନ୍ଦ୍ର ସରଜାଲ, ସୁବାଷ ସରଜାଲ, ହରେକୃଷ୍ଣ ପଟେଲ, ଚୂଡ଼ାମଣି ପଟେଲ, ରାଜୁ ମହାନନ୍ଦ, ଜୟକୃଷ୍ଣ ସରଜାଲ, ହରେକୃଷ୍ଣ ତାଣ୍ଡି, କାର୍ତ୍ତିକ ବଢ଼େଇ, ବିସ୍ନୁ ସରଜାଲ, ନରହରି ମଗର, ପ୍ରମୋଦ ମଗର ଏବଂ ବିଦ୍ୟାଳୟର ସହକାରୀ ଶିକ୍ଷକ ଉଗ୍ରେସନ ମାହାର, ଆଖିଲ କଲେତ, ବିଦ୍ୟାଧର ବରିହା, ଆଲୋକ କୁମାର ସାହୁ ସହଯୋଗ କରିଥିଲେ । ଏହା ସହ ବିଦ୍ୟାଳୟର ସର୍ବ ପୁରାତନ ଛାତ୍ର ଯଦୁମଣି ଡନସନା ଏବଂ ପୁରାତନ ଶିକ୍ଷକ କୁଳମଣି ନାଗ, ବନମାଳୀ କୁମ୍ଭାର, କୃପାସିନ୍ଧୁ ସାହୁ, ନେତ୍ରାନନ୍ଦ ସେଠ, ଶଙ୍କର ବଢ଼େଇ, ରଞ୍ଜନ ବଗଙ୍କୁ ପରିଚାଳନା କମିଟି ଦ୍ୱାରା ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.