pakka

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳ ଓ ତୁରେକେଲା ବ୍ଲକ ସଦର ଗ୍ରାମରେ ଦୁଇ ଦିନ ହେଲା ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଉଭୟ କଂଟାବାଂଜି ଓ ତୁରେକେଲା ବ୍ଲକ ସଦର ଗ୍ରାମର ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ କୌଣସି ଚାରି ଚକିଆ ଯାନବାହାନକୁ ଚଳାଚଳ କରାଇ ଦେଉ ନ ଥିବାରୁ ଯାତାୟାତ ସଂପୂର୍ଣ୍ଣ ଠପ୍‌ ହୋଇପଡିଛି । ଗୁରୁବାର ଦିନ ତୁରେକେଲା ବ୍ଲକ ସଦର ଗ୍ରାମରେ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମଲ୍ଲିକ, ସଂପାଦକ ସୁନିଲ କୁମାର ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ସଂପୂର୍ଣ୍ଣ ସମର୍ଥନ କରିଥିଲେ ।

Leave A Reply

Your email address will not be published.

eighteen + 14 =