csstore

ଟ୍ୱିଟର ଗାର୍ଲ ଦୀପାଙ୍କଟ୍ଵିଟ ପରେ ମରାମତି ହେବ ବୈତାଳିରୁ ଅଡାପାଣି ରାସ୍ତା : ଉପକୃତ ହେବେ ଅନେକ ପର୍ଯ୍ୟଟକ ତଥା ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲାରୁ ଶକ୍ତିଲେର ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ମରଣଜନ୍ତା ପଲଟିଥିବା ବେଳେ ପାଇକମାଲ ଅଞ୍ଚଳର ଟ୍ଵିଟର ଗାର୍ଲ ଭାବେ ଜଣାଶୁଣା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଉକ୍ତ ରାସ୍ତା ଅଳ୍ପ ଦିନ ମଧ୍ୟରେ ମରାମତି ହେବାର ସୂଚନା ରହିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟ୍ଵିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ବୈତାଳିରୁ ଅଡ଼ାପାଣି ଭାୟା ତୁର୍ଲା ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତିଆରି କରାଯାଇଛି । ଏହା ସମୁଦାୟ ୮.୫ କିଲୋମିଟର ଅଟେ ଯାହାମଧ୍ୟରୁ ୩.୧୪୯ କିଲୋମିଟର ରାସ୍ତା ମରାମତି କାର୍ଯ୍ୟ ୩୧.୦୮.୨୦୧୭ ମସିହାରେ ସମ୍ପନ୍ନ ହୋଇଥିଲା । ଏହି ରାସ୍ତାଟି ସମ୍ପୂର୍ଣ୍ଣ ହେବାର ୫ ବର୍ଷ ରକ୍ଷଣାବେକ୍ଷଣ ସମୟ ଅବଧି ମଧ୍ୟରେ ଅଛି ଯେହେତୁ ରାସ୍ତା ବର୍ତ୍ତମାନ କଦର୍ଯ୍ୟ ଅବସ୍ଥାରେ ଅଛି ଏହାର ମରାମତି କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ଯୋଗୁଁ ଛତିଶଗଡ଼ ପଟୁ ନୃସିଂହାନାଥ ମନ୍ଦିର ଆସୁଥିବା ଅନେକ ପର୍ଯ୍ୟଟକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ରାସ୍ତା ମରାମତି ହେଲେ ସମସ୍ତେ ଉପକୃତ ହେବେ । ଦୀପାଙ୍କ ଏହି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.