pakka

ଦର୍ଶୀର ସମ୍ବର୍ଦ୍ଧନା ଉତ୍ସବ ଓ ଆଲୋଚନାଚକ୍ର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଦର୍ଶୀ ତରଫରୁ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା କର୍ମୀ ସମ୍ବର୍ଦ୍ଧନା ଉତ୍ସବ ଓ ଆଲୋଚନାଚକ୍ର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଦର୍ଶୀର ସଭାପତି ସୁଜାତା ସାହୁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦିକା ରଶ୍ମିରେଖା ମିଶ୍ରଙ୍କ ଆବାହକତ୍ଵ ଓ ସ୍ୱାଗତିକା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ଡଲିରାଣୀ ବ୍ରହ୍ମା ମୁଖ୍ୟ ଅତିଥି ଓ ଶିକ୍ଷାବିତ ଅନ୍ନଦା ଶଙ୍କର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ମତଦାତା ହିଁ ରାଷ୍ଟ୍ରର ବିଧାତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ମତଦାତାଙ୍କ ମତ ହିଁ ଗୁରୁତ୍ଵପୂର୍ଣ୍ଣ କହିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ଦକ୍ଷତା, ପରିବେଶ ସହ ମନର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉପରୋକ୍ତ ଆଲୋଚ୍ୟ ବିଷୟ ନେଇ ନିରୁପମା ନାୟକ, କନକଲତା ଦାସ, କନକଲତା ଜେନା, ଶୁଭ କେଶରୀ ବଳିଆରସିଂ, ଅନିତା କର, ମନୋରମା ରାଉତ, ମମତା ମହାନ୍ତି, ବୀଣାପାଣି ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ୱଚ୍ଛତା କର୍ମୀ ଓ ବକ୍ତବ୍ୟ ରଖିଥିବା ମହିଳା, ବିଚାରକ ଓ ଅତିଥି ଦ୍ୱୟଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଝିଲିମା ମହାନ୍ତି, ଅର୍ଚ୍ଚନା ମହାନ୍ତି ଓ ଦିଲେଶ୍ୱର ରଣା ଓ ବିଚାରକ ସ୍ନେହଲତା ନାୟକ, ପ୍ରଦୀପ ପଣ୍ଡା ଓ ବବିତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ପ୍ରତ୍ୟୁଷା, ସୁଶ୍ରୀ କ୍ଷୀରୋଦୀ ତନୟା, ସରିତା ବେହେରା, ପାର୍ବତୀ ମଣ୍ଡଳ, ଦିଲେଶ୍ୱରୀ ମହନ୍ତ, ଲଳିତା ଦତ୍ତ, ସଂଯୁକ୍ତା ଜେନା, ସୁଧାଂଶୁ ବାଳା ମିଶ୍ର, କବିତା ରଥ, ସ୍ୱର୍ଣ୍ଣଦେବୀ ପ୍ରଧାନ ଓ ବାସନ୍ତୀ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × two =