pakka

ବ୍ରହ୍ମପୁର ଲୋକସଭା ଓ ଅନ୍ୟ ବିଧାନସଭା କ୍ଷେତ୍ର ପରିସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ସାଧାରଣ ପ୍ରଶାସନ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦- ବ୍ରହ୍ମପୁର ଲୋକସଭା ନିମନ୍ତେ ନିଯୁକ୍ତ ଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ଏବଂ ୧୩୫- ଚିକିଟି- ବିଧାନସଭା, ୧୩୩-ବ୍ରହ୍ମପୁର ବିଧାନସଭା, ୧୩୨- ଗୋପାଳପୁର ବିଧାନସଭା ଏବଂ ୧୨୭- ଛତ୍ରପୁର ବିଧାନସଭା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀ କାଞ୍ଚି ଗୁପ୍ତା, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା, ୨୦-ବ୍ରହ୍ମପୁର ଲୋକସଭା ରିଟର୍ଣ୍ଣିଂ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହ ଅବାଧ, ମୁକ୍ତ ନିର୍ବାଚନ ହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜନସାଧାରଣ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ କୌଣସି ତଥ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟିକୁ ନେବାକୁ ଚାହିଁଲେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେଙ୍କ ଯୋଗାଯୋଗ ନମ୍ବର ୯୬୯୨୨୦୧୫୩୦ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଶ୍ରୀକାଞ୍ଚି ଗୁପ୍ରାଙ୍କ ଯୋଗାଯୋଗ ନମ୍ବର ୯୬୯୨୧୯୪୧୫୭କୁ ଫୋନ୍ ନମ୍ବରରେ ଜଣାଇ ପାରିବେ । ଗଞ୍ଜାମ ଜିଲ୍ଲାପାଳ ପରିଡା ନିର୍ବାଚନ କାର୍ଯ୍ୟ ଯେପରି ସଠିକ୍‌ ଭାବେ ହୋଇପାରିବ ସେଥି ସକାଶେ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

jay balangir
Leave A Reply

Your email address will not be published.

16 + 7 =