oom

ପଶ୍ଚିମ ଓଡିଶା ଇଲେକ୍‌ଟ୍ରୋନିକ୍ସ୍‌ ଟେକନିସିଆନସ୍‌ ଏସୋସିଏସନ ତରଫରୁ ଆଲୋଚନା ଚକ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଇଲେକ୍‌ଟ୍ରୋନିକ୍ସ୍‌ ଟେକନିସିଆନସ୍‌ ଏସୋସିଏସନ ତରଫରୁ ସ୍ଥାନୀୟ ଡୁଡୁକାଶିରା ଠାରେ ଇଲେକ୍‌ଟ୍ରୋନିକ୍ସ୍‌ ସାମଗ୍ରୀର ବ୍ୟବସାୟ ଏବଂ ମରାମତିରେ ଟେକନିସିଆନସ୍‌ ସଂଘର ଆଭିମୁଖ୍ୟ ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି ।

ସଂଘର ସଭାପତି ବସନ୍ତ ସତପଥି ଆଲୋଚନା ଚକ୍ରର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରରେ ରିଲାଏନ୍ସ୍‌ ଏଜୁକେସନ କମ୍ପେ୍ଲକ୍ସର କେନ୍ଦ୍ରାଧକ୍ଷ ମନୋଜ ମିଶ୍ର ଯୋଗଦାନ କରି ସଂଘର ସଦସ୍ୟମାନେ ନିଜ ନିଜ ଭିତରେ ସହେଯାଗ ଏବଂ ସମନ୍ୱୟ ରକ୍ଷା କରି କାମ କଲେ ଅନେକ ଜଟିଳ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ଦେଇଥିଲେ । ସଦସ୍ୟମାନଙ୍କୁ ଆଜିର ଡିଜିଟାଲ ଦୁନିଆଁ ସହ ଖାପଖୁଆଇ ଚଳିବାକୁ ହେଲେ ତାଲିମ ଏବଂ ବୈଶୟିକ ଶିକ୍ଷାର ମଧ୍ୟ ଦରକାର ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଇଲେକ୍‌ଟ୍ରୋନିକ ଦ୍ରବ୍ୟ ଗୁଡିକ ମରାମତି ଏବଂ ସେବା ଦେବା ବେଳେ ଯେଇଁ ସବୁ ଅସୁବିଧା ଆସିଥାଏ ସେ ଗୁଡିକୁ କିଭଳି ସମ୍ମୁଖିନ କରିବେ ଏବଂ ତାର ସମାଧାନର ସୁତ୍ର ବାହାର କରିବେ ସେ ବିଷୟରେ ବିରାଜ ମିଶ୍ର ଟେକନିସିଆନସ୍‌ମାନଙ୍କୁ କହିଥିଲେ । ଦୂରୂଦୂରାନ୍ତ ତଥା ଗ୍ରାମାଞ୍ଚଳରେ ଥିବା ଇଲେକ୍‌ଟ୍ରୋନିକ ଟେକନିସିଆନମାନେ ମରାମତି କଲାବେଳେ ଯଦି କୌଣସି ଅସୁବିଧା ହୁଏ ତେବେ ସେ ସଂଘ ମାଧ୍ୟମରେ ସହାୟତା ପାଇ ପାରିବେ ବୋଲି ସଦସ୍ୟମାନେ ମତାମତ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ରାଜେଶ ପ୍ରଧାନ, ଉତ୍ତମ ମିଶ୍ର, ସୁୁଶାନ୍ତ ମିଶ୍ର, ବିକାଶ କୁମାର ସାହୁ, କମଳ ଶତପଥି, ଝସକେତନ ବିଶ୍ୱାଳ, ସୁନିଲ ସାହୁ, ନାରାୟଣ ସାହୁ, ଭବାନୀ ଶଙ୍କର ଦାସ, ବିକାଶ ସିଂ, ପ୍ରମୋଦ କୁମାର ପଟେଲ, ଚିତ୍ତ ରଂଜନ ମେହେର ପ୍ରମୁଖ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.