jsm

ସ୍ୱାସ୍ଥ୍ୟ ଶିବିର ପାଇଁ ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ଆଲୋଚନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସ୍ୱାସ୍ଥ୍ୟ ଶାଖାର ସଂଯୋଜକ ଅଶୋକ କୁମାର ମିଶ୍ରଙ୍କ ଆବାହକତ୍ୱରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷା ଡା. ମାନସୀ ପଣ୍ଡାଙ୍କ ସହିତ ଆଲୋଚନା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସଚେତନତା ଓ ରୋଗୀଙ୍କ ନାମ ପଞ୍ଜିକରଣ ତଥା ପ୍ରସୂତି ବିଭାଗ, ଶିଶୁ ବିଭାଗକୁ ଶିଘ୍ର ସ୍ଥାନାନ୍ତରଣ ସହ ୬୫୦ ଶଯ୍ୟାର କାର୍ଯ୍ୟକ୍ଷମ ନିମନ୍ତେ ଅଧ୍ୟକ୍ଷାଙ୍କୁ ଅନୁରୋଧ କରାଯାଇଛି । ଏହି ଆଲୋଚନାରେ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ସଭାପତି ପ୍ରଭାକର ମିଶ୍ର, ସଂପାଦକ କପିଳେଶ୍ୱର ଖମାରୀ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମେହେର, ଡ. ପ୍ରମୋଦ କୁମାର ମିଶ୍ର, ଧନଞ୍ଜୟ ମିଶ୍ର, କୈଳାସ ଚନ୍ଦ୍ର ମହାପାତ୍ର, ବିଜୟ ଚନ୍ଦ୍ର କର, ଭିକ୍ଷାକାରି ପାତ୍ର, ପ୍ରଦ୍ୟୁମ୍ନ ଗଡତ୍ୟା, ବ୍ରଜ କିଶୋର ପଣ୍ଡା, ଗଣେଷ ଚନ୍ଦ୍ର ପାଢୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.