om academy

ମାଫିଆଙ୍କ ଆକ୍ରମଣରେ ୫ ପୋଲିସ ଆହତ

ଜଳେଶ୍ୱର : ବ୍ରାଉନ୍‌ସୁଗାର ମାଫିଆଙ୍କ ଦୌରାତ୍ମ୍ୟ । ଆକ୍ରମଣର ଶିକାର ହେଲେ ଜଳେଶ୍ୱର ପୋଲିସ । ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ରବିବାର ଦିନ ଜଳେଶ୍ୱର ପୋଲିସ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଥିଲା । ଏହି ଆଧାରରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଜଳେଶ୍ୱର ଥାନା ପୋଲିସ ସେକାବଡ଼ ଗାଁର କାଦର ଖାନ୍‌ ନାମକ ଜଣେ ଘରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ବ୍ରାଉନ୍‌ସୁଗାର ବେପାରୀମାନେ ପୋଲିସକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ମୋକିନ୍‌ ଖାନ୍‌ ନାମକ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

4 × 4 =