pakka

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

bbehera

ରାଇରଙ୍ଗପୁର : ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ରତନ ସୋରେନ । ସୂଚନାନୁଯାୟୀ, ରତନ ସୋରେନ ଗତକାଲି ରାତି ପ୍ରାୟ ୧୦ଟାରେ ପରିସ୍ରା କରିବାକୁ ବାଡିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କର ପାଟି ଶୁଣି ତାଙ୍କ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଘଟଣାସ୍ଥଳରେ ବନ ବିଭାଗ ନପହଞ୍ଚିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

two × five =

error: Content is protected !!