ଚାଲିଗଲେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା, (ପି.କେ.ସାହୁ) : ଚାଲିଗଲେ ପୂର୍ବତନ ବିଧାୟକ ଅଜିତ ଦାସ(୭୮) । ବାୟୁସେନାର ଅପ୍ରତିଦ୍ୱନ୍ଦୀ ସୈନିକ ତଥା ପୂର୍ବତନ ବିଧାୟକ ଅଜିତଙ୍କ ଗତ ଶୁକ୍ରବାର ଦିନ ଅପରାହ୍ନରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ତେବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିଲା । ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ବେଶ୍‌ ହର୍ଷୋଲ୍ଲାସରେ ତାଙ୍କ ଶେଷ ଜନ୍ମଦିନ ପାଳିତ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କ ଦେହାନ୍ତ ଘଟିଥିଲା । ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କ ବଡ଼ଭାଇ ଅଜିତ ଦାସଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

16 − 1 =

error: Content is protected !!