pakka

ଖଲିଆପାଲି ସ୍କୁଲରେ ଏଡସ୍‌ ଦିବସ ପାଳିତ

bbehera

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ସଭାରେ ଅଧ୍ୟକ୍ଷତା କରି ଏଡସ୍‌କୁ ଜାଣିଲେ, ଏଡସ୍‌କୁ ଜିଣିବା ଏବଂ ସମ୍ଭାବ୍ୟ ଭୟରୁ ମୁକ୍ତ ରହିବା ବୋଲି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ବୁଝାଇଥିଲେ । ଶିକ୍ଷକ ସନ୍ତୋଷ କୁମାର ପାଇକ ଚନ୍ଦନ ଏଡସ୍‌ ରୋଗର ବିଭିନ୍ନ କାରଣ ଏବଂ ସୁରକ୍ଷିତ ରହିବାର ଉପାୟ ବିଷୟରେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦଶରଥ ପଟେଲ, ଧିରେନ୍ଦ୍ର କୁମାର ସାହୁ, ରୁନୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

eight + seven =