pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବିଶ୍ଵ ଏଡ଼ସ୍ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟଠାରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ଲଲିତେନ୍ଦୁ ନାୟକଙ୍କ ନେତୃତ୍ଵରେ ଓ ଯୁବ ରେଡକ୍ରସ୍‌ର ପରାମର୍ଶ ଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପିକା ତାପିନୀ ପଣ୍ଡା ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ପରିଚାଳନାରେ ଏକ ବିରାଟ ଓ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା କ୍ୟାମ୍ପସ ପରିକ୍ରମା କରିଥିଲା ‌‌‍‌। ଛାତ୍ରୀ କୁମାରୀ ବୀଚିମାଳା ଶତପଥୀ, ବିମଳା ଆଡବଙ୍ଗ, ସୁନୀଲ ମେହେର ଓ ସିଦ୍ଧାର୍ଥ ଶଙ୍କର ଦାଶ ସ୍ୱେଚ୍ଛାସେବୀମାନଙ୍କ ନେତୃତ୍ୱ ନେଇଥିଲେ । ପରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ. ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପିକା ଶର୍ମିଲା ପଣ୍ଡା ଓ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡାଙ୍କ ସଂଯୋଜନାରେ ଏକ କୁଇଜ୍ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ମୁଖ୍ୟବକ୍ତା ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସମେତ ପ୍ରାଧ୍ୟାପିକା ତାପିନୀ ପଣ୍ଡା, ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଏଡ଼ସ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ୍.ସି.ସି. ଅଫିସର୍ ଅଧ୍ୟାପକ ଜୟକୁମାର ଭୁଏ, ଅଧ୍ୟାପିକା ଝୁନୁ ପରିଡ଼ା, ଅଧ୍ୟାପିକା ନିକିତା ଭୋଇ, ଅଧ୍ୟାପକ ଷଡ଼ାନନ ଭୋଇ, ଅଧ୍ୟାପକ ବିଶ୍ୱରାଜ ପାତ୍ର, ପ୍ରାଧ୍ୟାପିକା ସୁଷମା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

one × four =