jayashree

ସଫେଇ କର୍ମଚାରୀ ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଜୟପାଟଣା ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଫେଇ କର୍ମଚାରୀ ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସାମଗ୍ରିକ ବିକାଶ ପାଇଁ ଆୟୋଗ ବଦ୍ଧପରିକର ବୋଲି ଦର୍ଶାଇ ଥିଲେ । ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ ଭାବରେ କୈଶବ୍ ବିହାରୀ ନିଯୁକ୍ତ ହେବାପରେ ତାଙ୍କର ପ୍ରଥମ ଗସ୍ତକୁ ଜୟପାଟଣା ଅଞ୍ଚଳବାସୀ ଓ ବିଜେପି ତରଫରୁ ଭବ୍ୟ ସ୍ୱାଗତ ଦିଆଯାଇଛି । ଆୟୋଜିତ ସଭାର ଉପାଧ୍ୟକ୍ଷଙ୍କ ଗସ୍ତ ସେବା ଓ ସଫେଇ କର୍ମଚାରୀଙ୍କ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କୌଶବ ବିହାରୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରି, ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା, ଗଙ୍ଗାଧର ମାଝୀ, ଡାକ୍ତର ସୁଭ୍ରଜିତ୍ ବିଶ୍ଵାଳ, ଗଙ୍ଗାଧର ବେଶ୍ରା, ଡୋଳାମଣି ସାହୁ ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ବିହାରୀଙ୍କ ଦାୟିତ୍ଵ ଗ୍ରହଣକୁ ସ୍ୱାଗତ କରିବା ସହିତ ତୃଣମୂଳ ସ୍ତରରେ କର୍ଯ୍ୟରତ ଥିବା ସଫେଇ କର୍ମଚାରୀଙ୍କ ସାମଗ୍ରିକ ବିକାଶ ପାଇଁ ଦାବୀ ଉପସ୍ଥାପନା ସହିତ ଅର୍ଦ୍ଧକୁଶଳୀ ମାନ୍ୟତା, ବୀମା ଭୁକ୍ତ, ମାଗଣା ଶିକ୍ଷା, ଆଦି ପାଇଁ ଦାବୀ ଉପସ୍ଥାପନା ହୋଇଥିଲା । ବରିଷ୍ଠ ସଦସ୍ୟ ଭାସ୍କର ପ୍ରାସାଦ ବେହେରା, ପ୍ରବୀଣ କୁମାର ମୁଣ୍ଡ, ମନୋଜ ପାତ୍ର, ଉଆଁସୁ ବିଶ୍ଵାଳ, ପ୍ରକାଶ ଠାକୁର, ତାପସ ପଣ୍ଡା, ମାନସ ନେଗୀ, ସୀତାରାମ ନାଏକ, ହରିକିସନ୍ ଜୈନଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିପିଏମ୍‌ ପ୍ରତାପ ବରାଳ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.