pakka

ଲକ୍ଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ଲଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ବନମହୋତ୍ସବ ଯୋଗେଶ୍ୱର ପତୋରା ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଗ୍ରାମର ପ୍ରାୟ ଶତାଧିକ ଭାଗବତ ପ୍ରେମୀ ଭକ୍ତମାନେ ଯୋଗଦାନ କରିଥିଲେ । ମନ୍ଦିର ପୂଜାରୀ ସୁବାଷ ପାଢୀ ପୂଜା କାର୍ଯ୍ୟ କରି ଭାଗବତ ଗାନ ଆରମ୍ଭ କରି ଥିଲେ । ତାଙ୍କୁ ପଣ୍ଡିତ ନନ୍ଦୀକିଶୋର ନନ୍ଦ ସହଯୋଗ କରିଥିବା ବେଳେ ଭାଗବତ ଟୁଙ୍ଗି ସଭାପତି କୈଳାଶ ସାହୁ, ସମ୍ପାଦକ ଖାଡିଆ ସାହୁ, ବାଦକ ଶେଖର ସେଠ, ଭାଗିରଥି ଧରୁଆ, ସାଧୁ ଚରଣ ସାହୁ ପ୍ରମୁଖ ଭଜନ କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.

four + 1 =