pakka

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରେ ଯୁଧିଷ୍ଠିର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଯୁଧିଷ୍ଠିର ମିଶ୍ର ମେମୋରିଆଲ ଆୟୋଜକ କମିଟି ତରଫରୁ ପ୍ରଥମ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ମ୍ୟାଚଟି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ବାଣିଜ୍ୟ ବିଭାଗ ଓ ଅର୍ଥନୈତିକ ବିଭାଗ ମଧ୍ୟରେ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳି ତଥା ପୂର୍ବତନ ଚୟନ କର୍ତ୍ତା ସୂର୍ଯ୍ୟ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଉଦୟ ମାନ ଯୁବ ଖେଳାଳି ରାହୁଲ ସାହୁ ଯୋଗଦାନ କରିଥିଲେ । ଆଗାମୀ ଦିନରେ କିପରି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ କ୍ରିକେଟ ଖେଳାଳି ବାହାରିବେ ଓ ଜିଲ୍ଲା ତଥା ରାଜ୍ୟକୁ ପ୍ରତିନିଧିତ୍ଵ କରିବେ ସେ ନେଇ ଉଦ୍ୟମ ଆବଶ୍ୟକ ବୋଲି ଉଭୟ ଅତିଥି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜକ କମିଟି ତରଫରୁ ଅଙ୍କିତ ସାହୁ, ଶୁଭେନ୍ଦୁ ସାହୁ, ଦିନେସ ସାହୁ, ବିଶାଳ ପସାୟତ, ଅଂଚଳ ପଣ୍ଡା, କିଶନ ମୁଗ୍ରୀ, ସରୋଜ ସାହୁ, ସୌମ୍ୟ ସୋନୁରାଜ ପାଣ୍ଡ୍ୟା, ଓମ ରାଉତ, କାଂହୁ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 1 =