pakka

ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ସଭ୍ୟ ମନୋନୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ନୂତନ ସଭ୍ୟ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । ସେହିପରି ପରିଷଦ ଆଉ ୧୧ ଜଣ ସଭ୍ୟଙ୍କୁ ମନୋନୀତ କରିଥିବା ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ପରିଷଦରେ ଦୁଇ ଜଣ ଲୋକସଭା ସାଂସଦ ମନୋନୀତ ହୋଇଥିବା ବେଳେ ୧୧ ଜଣ ବିଧାନସଭା ସଭ୍ୟଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । ୨ ଲୋକସଭା ସାଂସଦ ମଧ୍ୟରେ ସୁରେଶ ପୂଜାରୀ ବରଗଡ଼ ଏବଂ ଅଚ୍ୟୁତ ସାମନ୍ତ କନ୍ଧମାଳ ରହିଥିବା ବେଳେ ବିଧାନସଭା ସଭ୍ୟଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଭବାନୀ ପାଟଣା ବିଧାୟକ ପ୍ରଦୀପ ନାୟକ, ପ୍ରଦୀପ ଅମାତ, ବିଧାୟକ ବୌଦ୍ଧ, ରେଢ଼ାଖୋଲ ବିଧାୟକ ରୋହିତ ପୁଜାରୀ, ରାଉରକେଲା ବିଧାୟକ ଶାରଦା ନାୟକ , ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଦେଓଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.

15 + 1 =