pakka

ଜୀବନ ସଢୁଛି ରାଜରାସ୍ତାରେ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେରେ ଆଜି ଅନେକ ଗାଁ ଗଣ୍ଡା ପୋଖରୀଆ ଖଣି ଦ୍ୱାରା ଏସିଏଲ୍ ଦ୍ୱାରା ଅଧିଗ୍ରହଣ ହୋଇଅଛି । ଗାଁ ଗଣ୍ଡା ଉଜୁଡି ଗଲାପରେ ବିସ୍ଥାପିତ ପ୍ରଜାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିସ୍ଥାପନ ନୀତିରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ସୁବିଧା ଯୋଗେଇ ଦିଆଯାଉଥିବା ସ୍ଥଳେ ଗ୍ରାମରେ ରହୁଥିବା ପଶୁ ସମ୍ପଦ ନିମେନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୌଣସି ସୁବ୍ୟବସ୍ଥା ନାହିଁ । ବିସ୍ଥାପିତ ହେଲା ପରେ ମାଲିକ ଏହି ଗୃହପାଳିତ ଜୀବଙ୍କ ଆଦ୍ଵ ତତ୍ତ୍ୱ ନନେଇ ରାସ୍ତା ଉପରେ ଛାଡି ଦେଇଥିବା ନଜରକୁ ଆସୁଛି । ପୋଖରୀଆ ଖଣି ଯୋଗୁଁ ଏଠିକା ଗୋରୁ ଗାଈଙ୍କ ନିମନ୍ତେ ଚାରଣ ଭୂଇଁ ନଥିବାରୁ ନିକଟସ୍ଥ କର୍ମଚାରୀ କଲୋନୀରେ ଥିବା ଫାଙ୍କା ପଡିଆ ଓ ରାଜରାସ୍ତାରେ ଗୋରୁ ପଲ ଖୋଲା ଆକାଶ ତଳେ ଗ୍ରୀଷ୍ମରେ ଖରା, ଶୀତ ଓ ଧୋ ଧୋ ବର୍ଷାରେ ରାସ୍ତା କଡ଼ର ଗଛମୂଳ କିମ୍ବା କୌଣସି ରାସ୍ତା କଡ଼ ଦୋକାନର ପିଣ୍ଡାତଳ ତାଙ୍କର ଆଶ୍ରୟ ସ୍ଥଳି ପାଲଟିଛି । ଯେହେତୁ ଏହା ଖଣି ଅଞ୍ଚଳ ଏବଂ ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ସହିତ ଅନ୍ୟାନ୍ୟ ଭାରୀଜାନର ଯାତାୟାତ ଫଳରେ ଏହି ବିସ୍ଥାପିତ ଗୋ’ ସମ୍ପାଦର ଜୀବନ ଦୁର୍ବିସହ ହୋଇପଡିଛି । ଅନେକ ସହୃଦୟ ବ୍ୟକ୍ତି ଓ କ୍ଵଚିତ ଅନୁଷ୍ଠାନ ଏହି ଦୁର୍ଘଟଣାଗ୍ରସ୍ତ ଜୀବଙ୍କୁ ନିଜ ସମର୍ଥ୍ୟରେ ସେବା ଯୋଗାଉଥିଲେ ମଧ୍ୟ ଏହା ଦ୍ୱାରା ବିଶେଷ କିଛି ସୁରକ୍ଷା ଦେଲା ଭଳି ମନେ ହେଉ ନଥିବା ଏ ଦିଗରେ କାର୍ଯ୍ୟରତ କିଛି ପଶୁ ଓ ପ୍ରକୃତି ପ୍ରେମୀ ଆମ୍ଭ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଏହି ବାବଦରେ ଆନିମଲ୍ ଏଣ୍ଡ ଏନଭାୟରମେଣ୍ଟ ଲଭର ନାମକ ଏକ ସ୍ବେଛାସେବୀ ସଂସ୍ଥା, ଉପଖଣ୍ଡ ଜିଲ୍ଲାପାଳ ତାଳଚେରଙ୍କୁ ଜିଲ୍ଲା ଖଣିଜ ପାଣ୍ଠିରୁ ଦୁର୍ଘଟଣା ଗ୍ରସ୍ତ ଜୀବଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ରେସକ୍ୟୁ ସେଣ୍ଟର ସହିତ ଏକ ଆନିମଲ୍ ଆମ୍ବୁଲାଏନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିବା ଜଣାଯାଏ । ତା’ଛଡା ଏହି ବିସ୍ଥାପିତ ଗୋ’ଧନର ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରସାଶନ ଓ ରାଜ୍ୟ ସରକାର ଯତ୍ନଶୀଳ ହେବାକୁ ଏଠାରେ କାର୍ଯ୍ୟରତ ବିଭିନ୍ନ ପଶୁପ୍ରେମୀ ଓ ପରିବେଶବିତ୍ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

8 + three =