pakka

ରାଉରକେଲା ଆଇନ ମହାବିଦ୍ୟାଳୟର ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ୨୦୨୧-୨୨ରେ ଯୋଗ ଦେଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଅଧ୍ୟାପିକା ଡଃ ରୁକ୍ମଣୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଶ୍ରୀବଚନ ପ୍ରଦାନ କରି କହିଲେ ଯେ, ଆଇନ ଏପରି ଏକ ମର୍ୟ୍ୟାଦା ପୂର୍ଣ୍ଣ ପାଠ ଯାହାକୁ ଆୟତ କଲେ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଏଥିପାଇଁ ସେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବରିଷ୍ଠ ଆଇନଜୀବୀଙ୍କ ସଂପର୍କରେ ତଥ୍ୟ ସମ୍ବଳିତ ଉକ୍ତି ଉପସ୍ଥାପନ କରିଥିଲେ । ଏହି ଅବସରରେ ନୂତନ କରି ମହାବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜେ ନିଜର ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜିକା ଡଃ ମହାନ୍ତି ମହାବିଦ୍ୟାଳୟର ନିୟମ ସଂପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଏମଡି.ରଫିକ, ଆଲୁମନି ଆସୋସିଏସନ୍ ର ସାଧାରଣ ସଂପାଦକ ତଥା ଅଧ୍ୟାପକ ଟି.ଏନ.ପାଣ୍ଡେ, ଅଧ୍ୟାପକ ଏସ.କେ.ବିଶି, ଅଧ୍ୟାପକ ତନ୍ମୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା, ଲୋକସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଅଧ୍ୟକ୍ଷ ଡଃ ବେହେରା ସଭାପତିତ୍ବ ଅଭିଭାଷଣ ସହ ଛାତ୍ର ଛାତ୍ରୀଙ୍କୁ ମହାବିଦ୍ୟାଳୟର ଗରିମା ବଜାୟ ରଖିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଗଣ ଏହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × four =