oom

ଆଗଲପୁର ବ୍ଲକ ଓଷ୍ଟା କନଭେନସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉପରବାହାଲଠାରେ ଆଗଲପୁର ଓଷ୍ଟାର କନଭେନସନ ବ୍ଲକ ସଭାପତି ଚମରା ଚୌହାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭାରେ ବ୍ଲକ ସଂପାଦକ ତାରାକାନ୍ତ ମିଶ୍ରଙ୍କ ସଂଯୋଜନାରେ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଜିଲ୍ଲା ଉପଦେଷ୍ଟା ଦ୍ୱୟ ଓଷ୍ଟା ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ, ରାଜ୍ୟ ପୂର୍ବ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ସ୍ଥାନୀୟ ସମାଜସେବୀ ସାରଥୀ ସାହୁ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଫଗୁନୁ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଶ୍ରୀବତ୍ସ ଭୋଇ, ଜିଲ୍ଲା ଉପସଭାପତି ସୁଧୀର କୁମାର ନାଏକ, ଜିଲ୍ଲା ଯୁଗ୍ମ ସଂପାଦକ ଅନୀଲ କୁମାର ସାହୁ, ବଲାଙ୍ଗିର ବ୍ଲକ ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ପୁଇଁନ୍ତଲା ବ୍ଲକ ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର, ଜିଲ୍ଲା ଉପସଭାପତି ସଙ୍ଗିତାଞ୍ଜଳୀ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଗୋବିନ୍ଦ ବଗର୍ତ୍ତି, ଯତୀନ୍ଦ୍ର ତାଣ୍ଡି, ସ୍ଥାନୀୟ ସ୍କୁଲ ସଭାପତି ପରିଚାଳନା କମିଟି ଲୁକାରାମ ସାହୁ ଆଦି ଉପସ୍ଥିତ ହୋଇ ନିଜ ନିଜ ସୁଚିନ୍ତିତ ମତ ସ୍କୁଲ, ଛାତ୍ର ଛାତ୍ରୀର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହା ବ୍ୟତିତ ବ୍ଲକର ଅନ୍ୟାନ୍ୟ କର୍ମକର୍ତ୍ତା, ପ୍ରଧାନ ଶିକ୍ଷକ, ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷା କର୍ମଚାରୀମାନଙ୍କ ମଧ୍ୟରୁ ଅଚ୍ୟୁତ ପଧାନ, ଅଶୋକ କୁମ୍ଭାର ମିଶ୍ର, ପ୍ରଶାନ୍ତ ପଧାନ, ଜୟ ପ୍ରକାଶ ସାହୁ, ହରିହର ମାଝି,ଦିଲିପ ପ୍ରଧାନ, ସତ୍ୟ ନାରାୟଣ ସାହୁ, ଜଗଦାନନ୍ଦ ବିଶ୍ୱାଳ, ମଦନ ପଧାନ, ଶେଷଦେବ ବାଗ, ରବି ନାରାୟଣ ସାହୁ, ଭରତ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷା କର୍ମଚାରୀ ଯୋଗଦାନ କରି ନିଜ ନିଜର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଶିକ୍ଷା ବ୍ୟବସ୍ଥା ଅସୁବିଧା ଯଥା ମାଧ୍ୟମିକ ଶିକ୍ଷା ବୋର୍ଡ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରୁ ସ୍ୱୀକୃତି ପାଇଁ ବାର୍ଷିକ ୪ହଜାର ଦୁଇ ବର୍ଷର ରାଶି ଅସୁଲି, ସମସ୍ତ ପିଲାମାନଙ୍କ ଠାରୁ ମାଇଗ୍ରେସନ ଫିଜ୍‌ ଆଦାୟ, ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଆଗରୁ ଏପଏଣ୍ଟମେଣ୍ଟ ଥାଇ ଚାକିରି ସର୍ତ୍ତାବଳୀରୁ ବଂଚିତ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କର ସଂସ୍କୃତ ଶିକ୍ଷ, ହିନ୍ଦି ଶିକ୍ଷକ, ଖେଳ ଶିକ୍ଷକ ଓ କିରାଣୀମାନଙ୍କର ସଠିକ୍‌ ଢଙ୍ଗରେ ଉଚ୍ଚ ବେତନ ପାଇବାରୁ ବଂଚିତ, ନୂତନ ପରୀକ୍ଷା ପଦ୍ଧତିରେ ବ୍ଲକର ଘୋର ଶିକ୍ଷକ ଅଭାବ ପାଇଁ ଖାତା ମୂଲ୍ୟୟନ ପାଇଁ ଅଶେଷ ଅସୁବିଧା ପରିଲକ୍ଷିତ ହେଉଅଛି । ଆଜିର ଏହି ସଭାରେ ସ୍ଥାନୀୟ ସମାଜସେବୀ ଦ୍ୱୟ ଗୌତମ ପଟେଲ ଓ ବିକ୍ରମ ବେହେରା ମଧ୍ୟ ସମସ୍ତ ବ୍ୟବସ୍ଥାରେ ସହଯୋଗ କରିଥିଲେ । ଉକ୍ତ ସମସ୍ତ ସମସ୍ୟା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଶିକ୍ଷା ବିଭାଗର ଅବହେଳା ପାଇଁ ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦଙ୍କୁ ଆଶୁ ସମାଧାନ ପାଇଁ ଜଣାଇଦିଆଗଲା ।

jittmm
Leave A Reply

Your email address will not be published.