pakka

ରାଉରକେଲା କଲେଜରେ ବିଶ୍ୱ ଏଡ୍‌ସ ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସରଣୀ ଅନୁଯାୟୀ ଅନୁଷ୍ଠାନ ଦ୍ୱୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ରେଡକ୍ରସ ୟୁନିଟର ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ଏଡ୍‌ସ ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ଏହି ରାଲି ସେକ୍ଟର ୪ ସ୍ଥିତ ବସ୍ତିବାସିନ୍ଦାଙ୍କୁ ଏଡ୍‌ସର ଭୟାବହତା ଏବଂ ନିରାକରଣ ଉପରେ ବୁଝାଇଥିଲେ । ଏହା ପରେ ରେଡକ୍ରସ ୟୁନିଟ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଏହ୍‌ସ ସଂପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ରବିନ୍ଦ୍ର କୁମାର ଜେନା, ଉଭୟ ଅନୁଷ୍ଠାନର ରେଡକ୍ରସ କାଉନସିଲର ମନୋଜ କୁମାର ଦଳେଇ, ରଶ୍ମିରଂଜନ ରାଉତ ଉପସ୍ଥିତ ରହି ଏଡ୍‌ସର କାରଣ ନିରାକରଣ ଓ ପ୍ରତିକାର ସଂପର୍କରେ ବକ୍ତବ୍ୟ ରଖିଥିଲେ । ପରେ ରେଡକ୍ରସ ବାଳିକା ବିଭାଗର କାଉନସିଲର ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.

three × 3 =