jsm

ଡିକୋଟିଙ୍ଗ ଲିଡର୍‌ସିପ୍‌ କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆରମୁଣ୍ଡା ସ୍ଥିତ ସାଇ ଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ଆନୁକୂଲ୍ୟରେ ଡିକୋଟିଙ୍ଗ ଲିଡର୍‌ସିପ୍‌ (ତତ୍କାଳ ନିଷ୍ପତ୍ତି ନେଇପାରୁଥିବା ନେତୃତ୍ଵ) ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକଙ୍କ ଅଧ୍ୟକ୍ଷତା, ଅଧ୍ୟକ୍ଷ ଡଃ ଶୁଭେନ୍ଦୁ ପଣ୍ଡାଙ୍କ ଆବାହକତ୍ୱ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଜିତ ମୋହନ ପୂଜାରୀ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ବିବିଏ ଓ ବିସିଏର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଇଂ ପୁଜାରୀ ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସହାୟକ ପ୍ରଫେସର ଲକ୍ଷ୍ମୀ ବେଉରା, ସୁଧୀର କୁମାର ବେହେରା, କମଳ ଲୋଚନ ପଙ୍ଗଲ, ମନୋଜ କୁମାର ପାଣି, ବସନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ଅଧ୍ୟକ୍ଷ ଡଃ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟକ୍ଷତା କରୁଥିବା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ବିଷୟବସ୍ତୁର ମୂଳ ଲକ୍ଷ୍ୟ ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀମତୀ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.