pakka

ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍‌ ଉଦ୍‌ଯାପିତ

bbehera
  • ଓଡିଶା ପାଇଁ ପଦକ ଆଣିଲେ ବଲାଙ୍ଗିରର ସୁହାନି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେରଳ କୋଜିକୋଡ ସ୍ଥିତ ଭି.କେ.କ୍ରିଷ୍ଣାନ୍‌ ମେନନ ଇନ୍‌ଡୋର ଷ୍ଟାଡିୟମରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଦକ୍ଷିଣାଞ୍ଚଳ ମହିଳା ଉଷୁ ଲିଗ୍‌ ବୁଧବାର ଦିନ୍ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୪୧ ଜଣିଆ ଓଡିଶା ଦଳରେ ସାମିଲ ହୋଇଥିଲେ ବଲାଙ୍ଗିର ଜିଲ୍ଲା ଉଷୁ ସଂଘର ୩ ଖେଳାଳି ଓ ଜଣେ ଅଧିକାରୀ । ୪ ସ୍ୱର୍ଣ୍ଣ, ୫ ରୌପ୍ୟ, ୭ କାଂସ୍ୟ ପଦକ ଓଡିଶା ଖେଳାଳି ଜିତିଥିବା ବେଳେ ବଲାଙ୍ଗିର ସିନ୍ଦୁରବାହାଲ ୧୦ ବର୍ଷର ଝିଅ ସୁହାନି ଗୁରହାଣ୍ଡି ଚତ୍ମକାର ଖେଳ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି ବୋଲି ଉଷୁ ସଂଘ ସଂପାଦକ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ଓଡିଶା ରାଜ୍ୟ ଉଷୁ ସଂଘ ସଭାପତି ଇଂ. ଏସ୍‌.ଏସ୍‌.ହରିଚନ୍ଦନ, ସଂପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ, ଉପସଭାପତି ବାବୁଲାଲ ନାୟକ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four × one =