pakka

ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର

bbehera

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର । ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀ ପୁର ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ବଳଙ୍ଗା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୋଟିଏ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଗାଡି, ସାଇକେଲ, ପାଣି ପମ୍ପ, ପିଲାଙ୍କ ବହିପତ୍ର, ଧାନ ଚାଉଳ, ବିରି, ମୁଗ, ଘରବାରି ଜମିଜମା ପଟ୍ଟା ସବୁ ପୋଡି ନଷ୍ଟ ହୋଇଯାଇଛି । ଏପଟେ ପିପିଲି ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ ଜଳିପୋଡି ପାଉଁଶ ହୋଇ ସାରିଥିଲା ବୋଲି ଗ୍ରାମବାସୀ କହିଛନ୍ତି ।

jay balangir
Leave A Reply

Your email address will not be published.

seventeen − 6 =

error: Content is protected !!