ଅଗ୍ନିକାଣ୍ଡ ଯୋଗୁଁ ଜଳି ପୋଡ଼ି ଛାର୍‌ଖାର୍‌ ହୋଇଗଲା ଘର

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ଜଳି ପୋଡ଼ି ଛାର୍‌ଖାର୍‌ ହୋଇଯାଇଥିବା ଖବର ମିଳିଛି । ରାତି ପ୍ରାୟ ୩ଟା ପରେ ଘଟିଥିବା ଏହି ଘଟଣାରେ ବାଇଧର ମୁଦୁଲି ଓ ଘନଶ୍ୟାମ ମୁଦୁଲିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିବା କୁହାଯାଇଛି । ତେବେ ବିଜୁଳି ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି ।

Leave A Reply

Your email address will not be published.