କଡ଼ା ନିନ୍ଦା କଲେ ଅପରାଜିତା ପରୀ ହତ୍ୟା ଘଟଣାକୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ତୀବ୍ର ପ୍ରତିକ୍ରିୟା ରାଜ୍ୟର ସମ‌ସ୍ତ ମହଲରେ ଦେଖାଦେଇଛି ମଧ୍ୟ । ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, କୌଣସି ସମ୍ବେଦନା ଏହି କ୍ଷତକୁ ଭରି ପାରିବ ନାହିଁ । ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ତୁର‌ନ୍ତ ଓ ନିରପେକ୍ଷ ତଦନ୍ତ ଦାବୀ କରୁଛୁ ବୋଲି କହିଛନ୍ତି ଅପରାଜିତା ।

Leave A Reply

Your email address will not be published.