pakka

ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ୧୧ ରୋଗୀ ସହ ୬ଜଣ ଡାକ୍ତର ଓ ୨୦ରୁ ଅଧିକ କର୍ମଚାରୀ

bbehera

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାଇଲେସିସ୍‌ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି କାରଣରୁ ଏସିରୁ ସଟ୍‌ ସାର୍କିଟ ହୋଇ ରୁମ୍‌ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ୱାର୍ଡରେ ୧୧ଜଣ ରୋଗୀ ଥିବା ବେଳେ ୬ଜଣ ଡାକ୍ତର ଓ ୨୦ରୁ ଅଧିକ ମେଡ଼ିକାଲ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସୁରକ୍ଷା କର୍ମୀ ଓ ମେଡ଼ିକାଲ ଷ୍ଟାଫ୍‌ ମିଶି ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରି ଉକ୍ତ ୱାର୍ଡରୁ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଅଗ୍ନିକାଣ୍ଡ ସମୟରେ ୨ରୁ ୩ଜଣ ରୋଗୀ ବେହୋସ ହୋଇଯାଇଥିଲେ । ସେମାନଙ୍କର ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନଶମ ବାହିନୀ ପହଞ୍ଚି ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

9 + eleven =

error: Content is protected !!