pakka

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ

bbehera

କେନ୍ଦ୍ରାପଡା : ଆଳି ନୂଆବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ । ସୂଚନା ଅନୁସାରେ ସକାଳୁ ସକାଳୁ ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ନିଆଁ ଲାଗିଥିଲା । କ୍ଲଥ୍ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁରେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ପୋଡ଼ି ପାଉଁଶ ହୋଇଯାଇଛି ।

jay balangir
Leave A Reply

Your email address will not be published.

four × two =