centurian jitm

ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

nschool

ନୂଆପଡା : ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କଲା ନୂଆପଡା ଅଗ୍ନିଶମ ବାହିନୀ । ସୂଚନା ମୁତାବକ, ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ହଠାତ ନିଆଁ ଲାଗି ଯାଇଥିଲା । ଧୁଆଁ ବାହାରିବାରୁ ସ୍ଥାନୀୟଲୋକେ ଏବିଷୟରେ ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କରିଛି ନୂଆପଡା ଅଗ୍ନିଶମ ବାହିନୀ । ତେବେ ଏହି ଅଗ୍ନିକାଣ୍ଡରେ ଏସି ଓ ଚୌକି ଟେବୁଲରେ ନିଆଁ ଲାଗିଥିବା ବେଳେ ଫାଇଲ ପତ୍ର ପୋଡିଛି କି ନାହିଁ ଜଣାପଡି ନାହିଁ ।

Leave A Reply

Your email address will not be published.