ବଲାଙ୍ଗିର ଝାଙ୍କରପାଲି ଗାଁରେ ଅଘଟଣ : କୂଅରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଙ୍କର ପାଲି ଗାଁରେ ଅଘଟଣ । ଦୁଇଦିନ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ ଝାଙ୍କରପାଲି ଗାଁର ସାପ୍ତାହିକ ବଜାର ନିକଟ କୂଅ ଭିତରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଆଜି ସକାଳ ୯ଟା ସମୟରେ ଢାଙ୍କୁଣୀ ବିହୀନ କୂଅରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଝାଙ୍କରପାଲି ଗାଁର ଶରତ ବାଗ ବୋଲି ଜଣାପଡ଼ିଛି । ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଗତ ଦୁଇଦିନ ତଳେ ଶରତ ଘରକୁ ଫେରି ନଥିଲେ । ବହୁତ୍ ଖୋଜା ଖୋଜି ପରେ ବି ପରିବାର ଲୋକ ତାଙ୍କୁ ପାଇନଥିଲେ । ଏନେଇ ସଦର ଥାନାରେ ଶରତ ନିଖୋଜ ଥିବା ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ତାଙ୍କ ମୃତଦେହ କୂଅରୁ ପାଇବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.