
ବଲାଙ୍ଗିର, (କେପିଏନ୍ଏସ୍) : ସୋମବାର ସକାଳ ୬ଟା ୩୫ ମିନିଟ୍ ସମୟରେ ଶାନ୍ତିପଡ଼ାନିବାସୀ ଚାନ୍ଦମଣୀ ସାହୁଙ୍କ ପରୋଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାସାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ନିଜ ଗାଁ ତେଣ୍ଡାପଦରରେ ଶିକ୍ଷକତା କରିଛନ୍ତି । ଅବଶିଷ୍ଟ ସମୟ ଭଇଁସା, ଉଲବା ଓ ଗମ୍ଭାରୀ ଗ୍ରାମରେ ଶିକ୍ଷକତା କରି ସୁନାମ ଅର୍ଜନ କରିଛନ୍ତି । ସେ ଜଣେ ଆଦର୍ଶ ଛାତ୍ର ବତ୍ସଳ ଓ ମିଷ୍ଠଭାସୀ ଶିକ୍ଷକ ଭାବେ ପରିଚିତ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ସମ୍ପଦଲାଲ ଓ ସନ୍ତୋଷ, ଦୁଇ ବୋହୂ ଜାନକୀ ଓ ପୁଷ୍ପା, ଦୁଇ ଝିଅ ମଞ୍ଜୁ ଭୋଇ ଓ ସଂଯୁକ୍ତା ପ୍ରଧାନ, ଦୁଇ ଜ୍ୱାଇଁ କୈଳାସ ଓ ବୁଡ଼ୁ ପ୍ରଧାନ, ନାତି ଚିନ୍ମୟ, ଶ୍ରେୟାଂସ ଓ ନାତୁଣୀ ନେନ୍ସୀ ଉପସ୍ଥିତ ଥିଲେ । ବଡ଼ ପୁଅ ସମ୍ପଦଲାଲ ଷ୍ଟେଟ୍ ବ୍ୟାଙ୍କ୍ ବଲାଙ୍ଗିରରେ ଓ ସାନ ପୁଅ ସନ୍ତୋଷ ତାଲପାଲିପଡ଼ା ବିଦ୍ୟାଳୟରେ କାର୍ୟ୍ୟରତ ଅଛନ୍ତି । ବଡ଼ ଜ୍ୱାଇଁ କୈଳାସ ଜଣେ ବ୍ୟବସାୟୀ ଥିବା ବେଳେ ସାନ ଜ୍ୱାଇଁ ବୁଡ଼ୁ ଅଇଁଲାସାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ପଦରୁ ନିକଟରେ ଅବସର ନେଇଛନ୍ତି । ସ୍ୱର୍ଗତ ସାହୁଙ୍କର ଅମର ଆତ୍ମାର ମୁକ୍ତି ନିମନ୍ତେ ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ, ତେଣ୍ଡାନଦର ଗ୍ରାମବାସୀ ଓ ଶାନ୍ତିପଡ଼ାବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।