pakka

ଆକ୍ସନ ମୋଡରେ ପାଟଣାଗଡ଼ ପୋଲିସ : ୩୦୦ ବୋତଲ କଫ ସିରପ ସହ ୩ଜଣ ଗିରଫ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆକ୍ସନ ମୋଡରେ ପାଟଣାଗଡ଼ ପୋଲିସ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ପୋଲିସ ବେଆଇନ ଭାବେ କଫ ସିରପ ଚାଲାଣ କରୁଥିବା ତିନି ଜଣ ନିଶା ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦୦ ବୋତଲ ଟସ୍‌କୋରେକ୍ସ କଫ ସିରପ ଜବତ କରିଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଆଜି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୋଲିସ ଏସ୍‌ଆଇ ବ୍ରଜକିଶୋର ପଣ୍ଡାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଠନ କରି ପାଟଣାଗଡ଼ରୁ କଣ୍ଟାବାଞ୍ଜି ଯାଉଥିବା ରାସ୍ତାରେ ଥିବା ବିନ୍ଧନପଥର ଛକ ନିକଟରେ ଥିବାବେଳେ ବିନ୍ଧନପଥର ଗ୍ରାମର ଅନିରୁଦ୍ଧ ମେହେର ବେଆଇନ ଭାବେ ନିଜ ବାଇକ ନଂ ଓଆର୦୩ଏଚ-୬୨୭୭ ରେ ୩୦୦ ବୋତଲ କଫ ସିରପ ବେଲପଡା ଅଞ୍ଚଳରେ ଥିବା ଡ୍ରଗ୍ସ ପେଡଲରଙ୍କୁ ଏହା ହସ୍ତାନ୍ତର କରିବାକୁ ନେଉଥିବା ବେଳେ ପୋଲିସ ମାଡିବସି ଅଭିଯୁକ୍ତକୁ ଗିରଫ କରି କଫ ସିରପ ଜବତ କରିଥିବା ଜଣାପଡିଛି । ଏହି ଲିଙ୍କରେ ଆହୁରି ଦୁଇଜଣ ବେଆଇନ ନିଶା ବେପାରୀ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ହାତୀଶାଲପଡାର ଦାମୋଦର ମଲ୍ଲିକ(୩୨) ଏବଂ ଚଟିଆପାଲିର ରୋହିତ କୁମାର ସିଂ(୩୪) କୁ ପୋଲିସ ଗିରଫ କରିଛି । ଏନେଇ ପାଟଣାଗଡ଼ ଥାନା କେସ ନଂ ୩୧୭/୨୦୨୩ ର ଧାରା ୨୧(ସି) /୨୯ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଲ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିବା ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି । ପାଟଣାଗଡ଼ କପ ସିରଫର ଆଡ୍ଡାସ୍ଥଳୀ ପାଲଟି ଥିବା ବେଳେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଓ ଅବକାରୀ ବିଭାଗ ବିପୁଳ ପରିମାଣରେ କପ ସିରଫ ଜବତ କରି ଆସୁଛି ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଗୋଟିଏ ନାମୀ କୁରିଅର କମ୍ପାନୀ (ଡିଟିଡିସି) ରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଭାୟା ବଲାଙ୍ଗିର ଦେଇ କୁରିଅରରେ ବେଆଇନ କଫ ସିରପ ଚାଲାଣ ହେଉଛି । କୁରିଅର କମ୍ପାନୀ ସବୁ ଜାଣିଶୁଣି ଏସବୁ ବେଆଇନ କାମରେ ଲିପ୍ତ ଅଛି ବୋଲି ଜନସାଧାରଣରେ ଆଲୋଚନା ହେଉଅଛି ।

Leave A Reply

Your email address will not be published.

4 − one =