csstore

ଏବିଭିପି ପକ୍ଷରୁ ବିକ୍ଷୋଭ : ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା

ଫୁଲବାଣୀ : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କରି କନ୍ଧମାଳ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରିଛି । ଅର୍ଣ୍ଣବଙ୍କୁ ଅଗଣତାନ୍ତ୍ରିକ ଗିରଫ ଓ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଜିଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଆଜି ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସହ ସଂପାଦିକା କବିତା କହଁର, ଫୁଲବାଣୀ ନଗର ସଂପାଦକ ଦିବ୍ୟ ରଂଜନ ଡ଼ାକୁଆ, ତଅପୋଇ କହଁର, ପ୍ରୀତିଜିନା ସେଠୀ, ଅମିତ୍‍ ବେହେରା, ଶିବାନି ଦିଗାଲ, ରାଜନ୍ଦିନୀ ସାହାଣୀ, ଆଶିଷ୍‍ ବଗର୍ତ୍ତି, ରୁପାଲି ନାୟକ, ନଗର ବିସ୍ତାରକ ଟୁକୁନା ମଲିକା ଓ ଅନ୍ୟମାନେ ଯୋଗ ଦେଇଥିଲେ । ମହାରାଷ୍ଟ୍ର ସରକାର ତୁରନ୍ତ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଛାଡ଼‌ନ୍ତୁ ବୋଲି ଦାବୀ କରିଥିଲେ।

jayashree
Leave A Reply

Your email address will not be published.