ଚଳନ୍ତା କାର୍‌ ହୁ ହୁ ହୋଇ ଜଳିଗଲା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଟ୍ରାଫିକ୍‌ ଛକରେ ଏକ ଚଳନ୍ତା କାର୍‌ ହୁ ହୁ ହୋଇ ଜଳି ଯାଇଥିବା ସୂଚନା ମିଳିଛି । ଅଳ୍ପକେ କାର୍‌ ଚାଳକ ବଂଚି ଯାଇଥିବା କୁହାଯାଇଛି । ଗାଡ଼ି ନଂ.ଓଆର୍‌୧୭ଏ-୨୯୩୦ ହୋଇଥିବା ବେଳେ ମାରୁତି-୮୦୦ରେ ଚାଳୁଥିବା ବେଳେ ଲାଗି ଯାଇଛି ନିଆଁ । ତେବେ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଂଚି ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.