ପତ୍ରାପାଲିର ଦୁଲଣା ରେଗାଡଙ୍କୁ ସହାୟତାର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ରୁହନ୍ତି ଦୁଲଣା ରେଗାଡ । ତାଙ୍କର ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସ୍ବାମୀ ପରିତ୍ୟକ୍ତ ତଥା କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ ତିନୋଟି ଛୁଆଙ୍କୁ ଧରି ଭିକ୍ଷା ବୃତ୍ତି କରି ନିଜର ତଥା ଛୁଆମାନଙ୍କର ଭରଣପୋଷଣ କରୁଛନ୍ତି ।ଏକ ନିଛାଟିଆ ସ୍ଥାନରେ ଝୋପଡି ଟିଏ କରି ସେଠାରେ ରହୁଛନ୍ତି । ତାଙ୍କ ପାଖରେ ନାଁ ଅଛି ଆଧାର କାର୍ଡ ନା ଭୋଟର କାର୍ଡ ନା କିଛି ସରକାରୀ ସହାୟତା । ଗଣମାଧ୍ୟମରୁ ଏହି ସବୁ ଖବର ଜାଣି ସେବା ଚେରିଟେବୁଲ୍ ଟ୍ରଷ୍ଟ ପତ୍ରାପାଲିରେ ପହଞ୍ଚି ଦୁଲଣା ରେଗାଡଙ୍କ ପୁଅ ଝିଅଙ୍କ ପଢିବା ଦାୟିତ୍ଵ ନେଇଛନ୍ତି । ସମସ୍ତଙ୍କର ଆଧାର କାର୍ଡ ପାଇଁ ପ୍ରଚେଷ୍ଟା କରିବା ସହ ଆର୍ଥିକ ସହାୟତା କରିଛନ୍ତି । ଆଗକୁ ମଧ୍ୟ ଦୁଲଣାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.