ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି : ରୋଗୀ ସେବା ଠପ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ଡାକ୍ତର ରବିଶଙ୍କର ବାବୁ ତା.୪.୧୨.୨୦୧୫ ରୁ ତା.୩୦.୧୦.୨୦୨୦ ଦୀର୍ଘ ପାଞ୍ଚ ବର୍ଷ ଧରି ରୋଗୀମାନଙ୍କ ସେବା କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ଗତ ୩୦ ତାରିଖରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ତାଙ୍କ ଅବସର ପରେ ମେହେରମୁଣ୍ଡା ଆୟୁର୍ବେଦ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଡାକ୍ତର ଦେବଦତ୍ତ ମିଶ୍ରଙ୍କୁ ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ହେଲେ ଗୋଟିଏ ଡାକ୍ତରକୁ ଦୁଇଟି ଚିକିତ୍ସାଳୟର ବୋଝ ଦେଇଥିବାରୁ ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ରୋଗୀ ସେବା ଠପ୍ ହୋଇଯାଇଛି । ଗୋଟିଏ ଡାକ୍ତର ଏଠାକୁ ଆସିବେ ନା ତାଙ୍କ ସ୍ଥାୟୀ ଚିକିତ୍ସାଳୟରେ ରହିବେ । ବାରମ୍ବାର ରୋଗୀମାନେ ଚିକିତ୍ସାଳୟକୁ ଆସି ଡାକ୍ତର ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ଚିକିତ୍ସାଳୟ ପ୍ରତ୍ୟେକ ଦିନ ଖୋଲା ରହୁଛି, ହେଲେ ଡାକ୍ତର କେବେ ରହନ୍ତି କେବେ ନାହାନ୍ତି…! ଏପଟେ ରୋଗୀମାନେ ନାହିଁ ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଚନ୍ଦନଭାଟୀ ଉପରେ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ଏହି ଚିକିତ୍ସାଳୟରେ ତୁରନ୍ତ ସ୍ଥାୟୀ ଡାକ୍ତରଟିଏ ନିଯୁକ୍ତି ଦେଲେ ବହୁ ରୋଗୀ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଅଞ୍ଚଳବାସୀଙ୍କ ଦାବୀ ହେଉଛି ।

Leave A Reply

Your email address will not be published.