ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନ ଜିତିଲେ : କହିଲେ, ସମସ୍ତେ ସମସ୍ତଙ୍କୁ ଭଲ ପାଅ : ଟ୍ର‌ମ୍ପ ଯୁଗର ଅବସାନ ଘଟିଲା

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନ ଜିତିଲେ । ଟ୍ର‌ମ୍ପ ଯୁଗର ଅବସାନ ଘଟିଲା ଆମେରିକାରେ । ବାଇଡେ଼ନ୍‌ ବିଜୟ ଅଂକ ହାତେଇ ୨୭୯ ସଂଖ୍ୟା ଛୁଇଁଥିବା ବେଳେ ଟ୍ର‌ମ୍ପ ୨୧୪ ଅଂକରେ ସୀମିତ ରହିଛ‌ନ୍ତି । ‌ହ୍ୱାଇଟ ହାଉସ୍‌ର ‌ଦ୍ୱାର ଉନ୍ମୁକ୍ତ ହେଲା ବାଇଡେ଼ନ‌ଙ୍କ ପାଇଁ । ଏହି ଅବସରରେ ବାଇଡେନ ଟ୍ରମ୍ପ ସମର୍ଥକଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଆସନ୍ତୁ ପରସ୍ପରକୁ ସୁଯୋଗ ଦେବା । ବର୍ତ୍ତମାନ ସମୟ ହେଉଛି ତିକ୍ତ ବକ୍ତବ୍ୟ ଠାରୁ ଦୂରରେ ରହିବା । ପୁନର୍ବାର ପରସ୍ପରକୁ ଭେଟ, ପରସ୍ପରକୁ ଶୁଣ … ତୁମର ପ୍ରତିଦ୍ୱନ୍ଦୀଙ୍କୁ ଶତ୍ରୁ ଭାବରେ ବ୍ୟବହାର କରିବା ବନ୍ଦ କର । ଯେଉଁମାନେ ମୋତେ ଭୋଟ୍ ଦେଇ ନାହାଁନ୍ତି, ସେମାନଙ୍କ ପାଇଁ ମୁଁ ସମାନ ପରିଶ୍ରମ କରିବି ବୋଲି ସେ କହିଛନ୍ତି ।

ବାଇଡେନ କହିଛନ୍ତି ଯେ, ତାଙ୍କର ପ୍ରଥମ କାର୍ୟ୍ୟ ହେଉଛି କରୋନା ମହାମାରୀକୁ ନିୟନ୍ତ୍ରଣ କରିବା । ଏକ ଆଶାବାଦୀ ବାର୍ତ୍ତା ସହିତ ବାଇଡେନ ଭାଷଣ ରଖିଛ‌ନ୍ତି । ଶେଷରେ ସେ କହିଛନ୍ତି ଯେ, ବିଶ୍ୱାସ ବିସ୍ତାର କରନ୍ତୁ । ସମସ୍ତେ ସମସ୍ତଙ୍କୁ ଭଲ ପାଅ, ବ୍ଲାସ ଆମେରିକା ।

Leave A Reply

Your email address will not be published.