csstore

ପୋଲିସ ଆଗରେ ସରେଣ୍ଡର କଲା ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖପ୍ରାଖୋଲରୁ ଆସୁଛି ଏବ ବଡ଼ ଖବର । ସାଙ୍ଗକୁ ସାଙ୍ଗ ମାରିଥିବା ଘଟଣାରେ ପୋଲିସ ଆଗରେ ସାଙ୍ଗ କଲା ସରେଣ୍ଡର । ହଁ ମୁଁ ମୋ ସାଙ୍ଗକୁ ମାରିଛି, ପଇସା ଲେଣଦେଣ ଯୋଗୁଁ ମୁଁ ମୋ ସାଙ୍ଗକୁ ମାରି ଦେଲି କହି ଏବେ ଖପ୍ରାଖୋଲ ଥାନାକୁ ଆସି ସରେଣ୍ଡର କରିଛି ପୁତଲାମହୁଲ ଗ୍ରାମର ଅଭିଯୁକ୍ତ ପିଣ୍ଟୁ ସାହୁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅଧୀନସ୍ଥ ପୁତଲାମହୁଲ ଗ୍ରାମ ନିକଟରେ ଗୁରୁବାର ରାତିରେ ଟଙ୍କା ଲେଣଦେଣକୁ ନେଇ ଧଣ୍ଡାମୁଣ୍ଡା ପଞ୍ଚାୟତ ବନ୍ଦେପଦର ଗ୍ରାମର ସୁଶୀଲ ସାହୁ (୩୭)କୁ ତାର ସାଙ୍ଗ ପୁତଲାମହୁଲ ଗ୍ରାମର ପିଣ୍ଟୁ ସାହୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ବେଳେ ଘଟଣାକୁ ନେଇ ହତ୍ୟାକାରୀ ପିଣ୍ଟୁ ମୁଁ ହିିଁ ମା ସାଙ୍ଗକୁ ମାରିଛି କହି ପୋଲିସ ଆଗରେ ସରେଣ୍ଡର କରିଛି ।

jayashree
Leave A Reply

Your email address will not be published.