pakka

ଆଉ ନାହାନ୍ତି ଟେଲି ଅଭିନେତା ଋତୁରାଜ୍‌ ସିଂ

bbehera

ମୁମ୍ଵାଇ : ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଯାଇଛି । ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍‌ନି ବାତ୍‌, ଜ୍ୟୋତି, ହିଟ୍‌ଲର୍‌ ଦିଦି, ଶପଥ, ଆହାଟ୍‌ ଔର ଅଦାଲତ, ଦିୟା ଅର୍‌ ବାତି ହମ୍ ଭଳି ଅନେକ ଭାରତୀୟ ଟିଭି ଶୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସେ ୟେ ରିସ୍ତା କ୍ୟା କେହ୍‌ଲାତା ହୈରେ ମଧ୍ୟ କାମ କରିଛନ୍ତି । କିଛି ସମୟ ପୂର୍ବରୁ ସେ ଅଗ୍ନାଶୟ ସମ୍ଵନ୍ଧିତ ସମସ୍ୟାରେ ପୀଡିତ ଥିଲେ । ଏହାରି ଭିତରେ ଅଭିନେତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିଲା । ତାଙ୍କ ଦେହାନ୍ତ ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave A Reply

Your email address will not be published.

four × 1 =