ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ ମାଧ୍ୟମ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର ରଘୁନାଥ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିପାରିଛି । ତେଣୁ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ରଘୁନାଥ ସାହୁଙ୍କୁ ରାଜ୍ୟରେ ଉତ୍ତୁଙ୍ଗ ସ୍ଥାନର ମର୍ଯ୍ୟାଦା ସହ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ଗଞ୍ଜାମ ମହାବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ଯାହାକୁ ନେଇ ଛାତ୍ର ରଘୁନାଥ ସାହୁଙ୍କୁ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସହ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଶୁଭେଚ୍ଛା ଜଣାଇଥିଲେ । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

seventeen + seven =