om academy

ପରୀ ହତ୍ୟା ଘଟଣା : ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

jsm

ନୟାଗଡ଼ : ଜୋର୍‌ସୋର୍‌ରେ ଚାଲିଛି ପରୀ ହତ୍ୟା ଘଟଣାର ତଦନ୍ତ । ଆଜି ଏସ୍‌ଆଇଟି
ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ କରିଛି । ସୂଚନା ଅନୁସାରେ ପରୀର ମୃତଦେହ ଜବତ କରାଯାଇଥିବା ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । ସେଠାରେ ତାକୁ ଘଟଣା ସଂପର୍କରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରଶ୍ନ ପଚାରିଥିବା କୁହାଯାଇଛି । ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡେମୋ ଫଟୋ କିମ୍ବା ଭିଜୁଆଲ ଉଠାଇବାକୁ ବାରଣ କରାଯାଇଥିଲା । ସରୋଜଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଘରେ ପଚରାଉଚରା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ତଦନ୍ତ ପ୍ରକ୍ରିୟା ପ୍ରାୟୋଜିତ ଏବଂ ଅଭିଯୁକ୍ତ ସରୋଜକୁ ଫସାଇ ଦିଆଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.