pakka

ସିଲ୍‌ ହେଲା ପାଥୋ ଲାବ୍‌ : ହଜାରେ ଟଙ୍କାରେ କୋଭିଡ଼ ଟେଷ୍ଟ କରାଯାଉଥିବା ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କୋଭିଡ଼ ଟେଷ୍ଟିଂ ଅଭିଯୋଗରେ ସ୍ଥାନୀୟ କଦମପଡାଠାରେ ଥିବା ପ୍ୟାଥୋ କାଇଣ୍ଡ ଲ୍ୟାବ୍‌କୁ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି । ତହସିଲଦାର ମଘବାନ ବାଗ ଏବଂ ଟାଉନ ଥାନା ଅଧିକାରୀ ଲ୍ୟାବକୁ ସିଲ୍‌ କରିବା ସହ ଶ୍ରୀକାନ୍ତ ବେହେରା ନାମକ ଦୋକାନ ମାଲିକଙ୍କୁ ଅଟକ ରଖିଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ବେହେରା ପ୍ରତି ଟେଷ୍ଟ ପିଛା ହଜାରେ ଟଙ୍କା ନେଉଥିଲେ, ଯେଉଁଥିରେ ଆଣ୍ଟିଜେନ ଟେଷ୍ଟ ପାଇଁ ୨ଶହ ଟଙ୍କା ଏବଂ ଆର୍‌ରଟିପିଆର୍‌ ଟେଷ୍ଟିଂ ପାଇଁ ୮ଶହ ନେଉଥିଲେ । ନମୂନା ସଂଗ୍ରହ ପରେ ତାଙ୍କୁ ସମ୍ବଲପୁର ଏବଂ ସେଠାରୁ ଦିଲ୍ଲୀକୁ ପଠା ଯାଉଥିବା କହୁଥିଲେ । ତେବେ ଟେଷ୍ଟିଂ ପାଇଁ ତାଙ୍କ ପାଖରେ ଅନୁମତି ଥିବା ନେଇ ସେ କହୁଥିବା ବେଳେ ବାସ୍ତବରେ ସେ ପୁଲିସକୁ କୌଣସି କାଗଜପତ୍ର ଦେଖାଇ ପାରି ନଥିବା ଜଣାପଡ଼ିଛି । ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

four × three =