pakka

ଲଇଡାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

bbehera

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦେଶ କ୍ରମେ ଜନ ଅଭିଯୋଗ ଶୁଣାଣି ଏବଂ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଶିବିରରେ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳରୁ ୧୩୩ଟି ଜନ ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୧୧୭ଟି ବ୍ୟକ୍ତିଗତ ସମସ୍ୟା ଉପରେ ଅଧାରିତ ଅଭିଯୋଗ ଏବଂ ୧୬ଟି ଜନସମସ୍ୟା ସମ୍ବଳିତ ଅଭିଯୋଗ ଥିଲା । ଶିବିରରେ ୧୩ଟି ବ୍ୟକ୍ତିଗତ ଏବଂ ୨ଟି ସାମୁହିକ ଅଭିଯୋଗର ସମଧାନ କରାଯାଇଥିଲା । ୩ ଜଣଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଶିବିରକୁ ବିଭିନ୍ନ ଗ୍ରାମରୁ ଆସିଥିବା ୨୧ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା । ବିଡିଓ ଶ୍ରୀ ଦଳପତିଙ୍କ ବ୍ୟତୀତ ରେଙ୍ଗାଲି ତହସିଲଦାର ବେର୍ସିଅସ୍ ଡୁଙ୍ଗଡୁଙ୍ଗ୍, ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଆଶିଷ ମାଝି, ଭାରପ୍ରାପ୍ତ ଏବିଡିଓ ଜ୍ୟୋତିରଞ୍ଜନ ଦାସଙ୍କ ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଲଇଡା, ରେଙ୍ଗାଲୋଇ ଏବଂ କିନାଲୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × 4 =