pakka

ସାଂସଦ ଜୁଏଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ – ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡର ସାଂସଦ ତଥା କେନ୍ଦ୍ର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ସାଂସଦ ଜୁଏଲ ତାଙ୍କ ଦଳରେ ଥିବା ଜଣେ ନେତ୍ରୀ ଗୌରୀ ମୁଣ୍ଡାରୀଙ୍କୁ ଫୋନ୍ ମାଧ୍ୟମରେ ଅଶ୍ଳିଳ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ସହ ଝିରପାଣି ଥାନାରେ ଅଭିଯୋଗ କରିଥିଲେ । ଏହା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିଜେପି ତରଫରୁ ସଂପୃକ୍ତ ନେତ୍ରୀଙ୍କ ବିରୋଧରେ ସେକ୍ଟର ୩ ଥାନାରେ ଏତଲା ଦାୟର କରାଯାଇଛି । ମାତ୍ର ପୁଲିସ ତରଫରୁ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ଆଜି ଦଳ ତରଫରୁ ସେକ୍ଟର ୩ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ସଭାପତି ଲତିକା ପଟ୍ଟନାୟକ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ଯେ, ସଂପୃକ୍ତ ନେତ୍ରୀ ଜଣଙ୍କ ଦଳରେ ନଥିବା ଓ ସାଂସଦଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ଏହା ଏକ ପ୍ରୟୋଜିତ କାର୍ଯ୍ୟକ୍ରମ ଓ ଏଥିରେ ଶାସକ ଦଳ ତଥା କଂଗ୍ରେସ ଦଳର ଏକ ଚାଲ ବୋଲି କୁହାଯାଇଛି । ରାଜ୍ୟରେ ନାରୀ ନିର୍ୟ୍ୟାତନା, ହତ୍ୟାରେ ମନ୍ତ୍ରୀଙ୍କ ସଂପୃକ୍ତି ଭଳି ଅନେକ ଉଦାହରଣ ଥିବା ବେଳେ ସରକାରୀ ଦଳ ଉଦାସୀନ ରହିବା ଓ କଂଗ୍ରେସ ନେତା ଜର୍ଜ ତିର୍କୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଥିବା ବେଳେ ମର୍ଡର କେଶ ତଥା ତାଙ୍କ ପୁଅ ବିବାହ ପ୍ରତିଶ୍ରୁତି ଦେଇ ଜଣଙ୍କ ସହ ଶାରିରୀକ ସଂପର୍କ ରଖି ତାକୁ ଧୋକ୍କା ଦେବା କଥା, ବୋଧହୁଏ ସେ ଭୁଲି ଯାଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଘଟଣା ପରଠାରୁ ଜୁଏଲ ଫୋନ୍ ବନ୍ଦ ରଖିବା ଓ ନିଜେ ସାମ୍ନାକୁ ନଆସିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସାଂସଦ ଫୋନ ଉଠାଉ ନଥିବା କହିଥିଲେ । ପୁଣି ଗତ ୨୪ ତାରିଖରୁ ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଗାମୀ ଦିନରେ ଦଳପକ୍ଷରୁ ଥାନା ଘେରାଓ ବା ଧାରଣା ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ପଟ୍ଟନାୟକଙ୍କ ବ୍ୟତୀତ ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତ୍ରୀ ପ୍ରମିଳା ଦାଶ, ପୂର୍ଣ୍ଣିମା କେରକେଟା, କଳ୍ପନା ଲେଙ୍କା, ମମତା ଗୌତମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 − 13 =