ସୁମନ୍ତ ଭୋଇଙ୍କ ମୃତ୍ୟୁରେ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜଣାଶୁଣା କ୍ରୀଡା ସଂଗଠକ ସମାଜସେବୀ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ହୃତଘାତ ଯୋଗୁଁ ଗତକାଲି ଆକାଳ ବିୟୋଗ ଘଟିଥିଲା । ଏ ଖବର ଶୁଣି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କ ରୁଗୁଡିପଡା ସ୍ଥିତ ବାସଭବନକୁ ଯାଇ ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ସନ୍ଧ୍ୟା ଘ.୫.୩୦ମି. ସମୟରେ ସ୍ୱର୍ଗତ ଭୋଇଙ୍କ ବାସଗୃହରେ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ଭୋଇଙ୍କ ପତ୍ନୀ, ପୁଅ, ବଡ ଭାଇଙ୍କ ସହ ଏହି ଦୁଃଖଦ ଘଟଣା ସମ୍ପର୍କରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଆଲୋଚନା ସମୟରେ ସ୍ୱର୍ଗତ ଭୋଇଙ୍କ ପିତା ସ୍ୱର୍ଗତ ରଜନୀ ଭୋଇଙ୍କ ସହ ତାଙ୍କର ପାରିବାରିକ ନିବିଡ ସମ୍ପର୍କ ଉପରେ ଅନେକ ଆଲୋଚନା ହେବା ସହ ପରିବାରବର୍ଗଙ୍କୁ ଧର୍ୟ୍ୟ ସହ ଏପରି ଏକ ଦୁଃଖର ମୁହୂର୍ତ୍ତକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

5 × five =