centurian jitm

୫ଟି ରୂପାନ୍ତରିତ କାଯ୍ୟରେ ସ୍କୁଲ ମାନଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ

nschool

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ସ୍କୁଲ ମାନଙ୍କରେ ୫ ଟି ରୂପାନ୍ତରୀତ କରଣରେ ନାମରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆଣିଛନ୍ତି କେସିଙ୍ଗା ନଗରର ଜଣେ ବରିଷ୍ଠ ସାମ୍ୱାଦିକ, ସେ କେସିଙ୍ଗା ବ୍ଲକ ବିଇଓ କାର୍ଯ୍ୟାଳୟରେ ଗତ ୦୪.୦୪.୨୫ ରିଖ ଦିନ ସରକାରଙ୍କର ସୂଚନା ଅଧିକାର ଆଇନ ଅନୁଯାୟୀ ୫ ଟିରେ ରୂପାନ୍ତରୀତତା ସ୍କୁଲ ମାନଙ୍କ ତଥ୍ୟ ମାଗିଥିଲେ, ବିଇଓ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ କେସିଙ୍ଗା ବ୍ଲକ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି ୨୦୦ ଇଏ ରେ କ୍ୟାସ୍ ବୁକ ଓ ପାସବୁକରେ ତାଳମେଳ ରହୁନଥିବା ଓ କିଣାଯାଇଥିବା ସାମଗ୍ରୀରେ ମଧ୍ୟ ସାମଗ୍ରୀର ଫ୍ଲସ ବିଲ ହୋଇଥିବା ନେଇ ସନ୍ଦେହ କରିଛନ୍ତି, ଏହି ପରିପେକ୍ଷୀରେ କେସିଙ୍ଗା ବିଇଓଙ୍କ ଜରିଆରେ ଏକ ଅଭିଯୋଗ ପତ୍ର ତା ୧୫/୦୪/୨୫ ରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ କଳାହାଣ୍ଡି, ରାଜ୍ୟ ଶିକ୍ଷା ସଚିବ ଓ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଅବଗତି ନିମନ୍ତେ ଜଣାଇଛନ୍ତି ଓ ସ୍ପେଶାଲ ଉଡିତ ପାଇଁ ଦାବି କରିଛନ୍ତି । କେସିଙ୍ଗା ବିଇଓଙ୍କୁ ପଚାରିବାରୁ କହିଲେ ଆମ ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଇଦେଇଛି, ଅଭିଯୋଗ ରେ ଅନୁସନ୍ଧାନ ପାଇଁ ଦାବି କରିଛନ୍ତି ବୋଲି କହିଲେ । ଅନୁସନ୍ଧାନରୁ କଣ ସତ୍ୟ ଆସିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.