ଟିଟିଲାଗଡ ଧବଳେଶ୍ଵର ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିରରୁ ରାତି ଅଧରେ ଭିତରେ ଥିବା ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ରାତିରେ ଥାନାଧିକାରୀ ରଞ୍ଜନ କୁମାର ବରିହା ସଦଳବଳେ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ୍‌କୁ ଡକାଇଥିବା ସୂଚନା ମିଳିଛି । ଟିମ୍‌ ଆସି ତଦନ୍ତ କରିବା ପରେ ତଦନ୍ତ ଆଗକୁ ବଢ଼ିବ । ତେବେ ଚୋରି ଖବର ପାଇ ପୋଲିସ ସହର ଚାରିପଟେ ଖୋଜାଖୋଜି ଜାରି ରଖିଛି । ଏବେ ମନ୍ଦିରକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.

1 + 7 =