ବୁଲୁଛି କଲରାପତରିଆ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ବାଘ ଆତଙ୍କ । ଧରମବନ୍ଧା ଥାନା ଲୋଡ୍ରା ଗାଁରେ ବୁଲୁଛି କଲରାପତ୍ରିଆ ବାଘ । ସୋମବାର ଏକ ବାରହା ଖାଇଥିବା ବେଳେ ମଙ୍ଗଳବାର ଏକ ଗାଈ ମାରି ଖାଇଥିବା ଜଣାପଡିଛି । ଖବର ପାଇ ବନ ବିଭାଗ ୫ଟି କ୍ୟାମେରା ଲଗାଇଥିବା ବେଳେ ସେଥିରେ କଲରାପତ୍ରିଆ ବାଘର ସ୍ପଷ୍ଟ ଚିତ୍ର ରହିଛି । ଅନ୍ୟପଟେ କିଛି ଲୋକ ରାସ୍ତାରେ ଯାଉଥିବା ବେଳେ ବାଘକୁ ଦେଖି ନିଜ ମୋବାଇଲରେ ଭିଡିଓ ଉଠାଇ ଥିଲେ । ଏବେ ଗାଁରେ ଭୟର ବାତାବରଣ ଦେଖା ଦେଇଛି । ବନ୍ୟଜନ୍ତୁ ଓ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ଗାଁରେ ଜଗି ରହିଛନ୍ତି ବନ କର୍ମଚାରୀ ।

Leave A Reply

Your email address will not be published.

eleven + two =

error: Content is protected !!